April 16, 2026

ଗୁରୁବାର ଅପରାହ୍ନ ପ୍ରାୟ ୨:୧୫ ସମୟରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଯାଇଛି,

1 min read

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଗୁରୁବାର ଅପରାହ୍ନ ପ୍ରାୟ ୨:୧୫ ସମୟରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଯାଇଛି, ସ୍ପାଇସ୍ଜେଟ୍ର ଏକ ବିମାନ ରନୱେରେ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ସ୍ଥିର ଛିଡ଼ା ହୋଇଥିବା ଆକାଶ ଏୟାରର ଏକ ବିମାନକୁ ଧକ୍କା ଦେଇଥିଲା। ଏହି ସାମାନ୍ୟ ଦୁର୍ଘଟଣାରେ ଉଭୟ ବିମାନ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନାହାନ୍ତି।

ରିପୋର୍ଟ ଅନୁଯାୟୀ, ଲେହରୁ ଆସିଥିବା ସ୍ପାଇସଜେଟ୍ ବିମାନଟି ଗେଟ୍ ଆଡ଼କୁ ଯାଉଥିବା ବେଳେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଆକାଶ ଏୟାର ବିମାନ ସହ ଏହାର ଧକ୍କା ହୋଇଥିଲା, ଯାହାଫଳରେ ସ୍ପାଇସ୍ଜେଟ୍ର ଡାହାଣ ପଙ୍ଖ ଏବଂ ଆକାଶ ଏୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାତୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।