ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଉତ୍କଳ ଦିବସ ପାଳନ
1 min read
ଭୁବନେଶ୍ୱର,୧/୪/ : ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଅଧ୍ୟକ୍ଷ ଡ଼ଃ ଜଗବନ୍ଧୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମଞ୍ଚର ସାଧାରଣ ସମ୍ପାଦକ ଅମୀର ପ୍ରସାଦ ସାହୁ, ଉପାଧ୍ୟକ୍ଷ ଇଂ ବଂଶୀଧର ପାଢ଼ୀ, ପରିଚାଳନା ପରିଷଦର ସଭ୍ୟଗଣ, ଯଥା – ବାସନ୍ତୀ ତ୍ରିପାଠୀ, ସୁଧାଂଶୁ ପରିଜା, କୃଷ୍ଣ ଚନ୍ଦ୍ର ବାରିକ୍, ଇଂ ତରୁଣକାନ୍ତ ପଟ୍ଟନାୟକ, ଲାୟନ ପ୍ରଦୀପ ମହାନ୍ତି, ଲାୟନ ଦିଲ୍ଲିପ କୁମାର ସାହୁ, ଲକ୍ଷ୍ମୀଧର ସେଠ୍, ଡଃ ନଗେନ୍ଦ୍ର ନାଥ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ ଇତ୍ୟାଦି ଭୁବନେଶ୍ୱର ଲୋକ ଭବନ(ରାଜ ଭବନ) ଛକରେ ଥିବା କୁଳବୃଦ୍ଧ ବାରିଷ୍ଟର ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରୁ ଦୁର୍ନୀତି ହଟେଇବା ପାଇଁ ପ୍ରତ୍ୟେକ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ଜରୁରୀ ବୋଲି ନିଜ ନିଜର ମତ ଅଭିବ୍ୟକ୍ତ କରିଥିଲେ । ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସଠିକ୍ ପ୍ରଚଳନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସମସ୍ତ ପଦକ୍ଷେପ ସରକାର ନିଅନ୍ତୁ ବୋଲି ମଧ୍ୟ ଦାବି ଜଣାଇଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଅବସରପ୍ରାପ୍ତ କମାଣ୍ଡର ନନ୍ଦକିଶୋର ସାମଲ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚର ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଅମୀର ପ୍ରସାଦ ସାହୁ ପରିଚାଳନା କରିଥିଲେ।


