December 29, 2025

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘ ର ସାଧାରଣ ସଭା ଅନୁଷ୍ଠିତ

1 min read

ଭୁବନେଶ୍ୱର : ଓଡିଶା ଚଳଚ୍ଚିତ୍ର ପ୍ରଯୋଜକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ନିର୍ବାଚନରେ ଯୁଗଳ କିଶୋର ଦେବତା ସଭାପତି,ଅଜୟ ରାଉତରାୟ ଉପ ସଭାପତି,ରଞ୍ଜିତ କୁମାର ରାଉତ ସମ୍ପାଦକ, ସମରେଶ ରାଉତରାୟ ଯୁଗ୍ମ ସମ୍ପାଦକ, ଚିତ୍ତରଂଜନ ମିଶ୍ର କୋଷାଧ୍ୟକ୍ଷ ଓ ଅଜୟ କୁମାର ମହାନ୍ତି,ପ୍ରଣୟ ଜେଠୀ,ରମେଶ ବାରିକ,ତପନ ଦାସ, କେ ତମନା, ଲିଟୁ ମହାନ୍ତି,କୌଶିକ ଦାଶ ଓ ଅକ୍ଷୟ ପ୍ରଧାନ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ସୂଚାରୁ ରୁପେ ବ୍ରଜ କିଶୋର ପ୍ରଧାନ, ଜୁବୁଲି ସୁନ୍ଦରାୟ,ଚନ୍ଦନ ତ୍ରିପାଠୀ ଓ ପରେଶ ଅଭଲାନି ପରିଚାଳନା କରିଥିଲେ