January 26, 2026

ଅଲ୍ ଓଡ଼ିଶା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ରାଙ୍କିଂ ଟୁର୍ଣ୍ଣାମେଣ୍ଟ

1 min read

ନବରଙ୍ଗପୁର: ଅଲ୍ ଓଡ଼ିଶା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ରାଙ୍କିଂ ଟୁର୍ଣ୍ଣାମେଣ୍ଟ ସୋନପୁରରେ ଗତ ୨୩ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାର ନବରଙ୍ଗପୁରର ଆଇ ତେଜେଶ୍ୱର ରାଓ ଏବଂ ଜୟ ପ୍ରକାଶ ସିଂହ ୩୫+ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ୍ ରାଜ୍ୟ ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ବିଜେତା ହୋଇଛନ୍ତି।ଉପବିଜେତା ପ୍ରଦୀପ କୁମାର ଭୋଇ ଓ ରାଜୀବ କୁମାର ସାହୁଙ୍କ ସହ ବିଜେତା ଦ୍ବୟଙ୍କୁ ପୁରସ୍କୃତ କରାଯାଇଥିଲା। ଉଭୟ ଜିଲ୍ଲାର ନାଁକୁ ଗୌରାବନ୍ବୀତ କରିଥିବାରୁ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।