ଅଭିନେତାରୁ ନେତା ଓ ପୁଣି ସିଏମ୍ ହୋଇଥିବା ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟକନ’କୁ କର୍ଣ୍ଣାଟକରେ
1 min read
ନୂଆଦିଲ୍ଲୀ : ଅଭିନେତାରୁ ନେତା ଓ ପୁଣି ସିଏମ୍ ହୋଇଥିବା ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟକନ’କୁ କର୍ଣ୍ଣାଟକରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ପୂରା ବିବାଦ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବର୍ଷ ବର୍ଷ ଧରି ଚାଲି ଆସିଥିବା କାବେରୀ ନଦୀ ଜଳ ବିବାଦକୁ ନେଇ ହୋଇଛି। ଗତ ସପ୍ତାହରେ ଫିଲ୍ମ ହଲରେ ରିଲିଜ ହୋଇଥିବା ଥଲାପତି ବିଜୟଙ୍କ ଉକ୍ତ ଫିଲ୍ମର କର୍ଣ୍ଣାଟକରେ କିଛି କନ୍ନଡ଼ ଗ୍ରୁପ୍ ବିରୋଧ କରିଛନ୍ତି। ଏହାପରେ ଫିଲ୍ମ ହଲ୍ ଗୁଡ଼ିକ ଫିଲ୍ମର ସ୍କ୍ରିନିଂକୁ ବାତିଲ କରି ଦେଇଛନ୍ତି।


