February 4, 2026

ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

1 min read

ବରୀ: ଯାଜପୁର ଜିଲ୍ଲା ବରୀ ଥାନା ଅଧୀନ ବାଲିବିଲି ନିକଟ ଦୁଧେଇ ନଳରେ ବୁଡ଼ି ଯୁବକ ମୃତ। ବରୀ କଳାମାଟିଆ ରାସ୍ତାର ଅବସର ପ୍ରାପ୍ତ ସୈନିକ ସଂଘ କାର୍ଯ୍ୟଳୟ ସମ୍ମୁଖ ଖରସ୍ରୋତା ଶାଖା ନଦୀ ଦୁଧେଇ ନାଳ ରେ ମଙ୍ଗଳବାର ଅପରାହ୍ନର ଜଣେ ଯୁବକ ବୁଡି ଯାଉଥିବା ଦେଖି ରାସ୍ତାରେ ଯାଉଥିବା ଜଣେ ଅଟୋ ଚାଳକ ଯୁବକକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ଥିଲେ। ମାତ୍ର ଅଟୋ ଚାଳକ ଯୁବକଙ୍କ ନିକଟରେ ପହଞ୍ଚିବା ପୁର୍ବରୁ ଯୁବକ ଜଣଙ୍କ ନଦୀରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଲୋକେ ବରୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ମାତ୍ର ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବା ଓ ଘଟଣାକୁ ମିଥ୍ୟା ବୋଲି କହି ତର୍ଜମା କରି ସମୟ ଗଡ଼େଇ ଦେଇଥିଲେ। ପରେ ଯୁବକ ଜଣଙ୍କ ନଦୀରେ ବୁଡୁଥିବା ସମୟର ଏକ ଭିଡିଓ ମୋବାଇଲିରେ ଘୁରୁବୁଲୁଥିବା ଦୃଶ୍ୟ ଦେଖିବା ପରେ ଅଗ୍ନିଶମ ବାହିନୀ ବୋଟ ସହାୟତାରେ ଖୋଜା ଖୋଜି ଆରମ୍ଭ କରିଥିଲେ।
ଘଟଣାସ୍ଥଳରେ ବରୀ ପୁଲିସ୍ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରୁଥିବା ବେଳେ ୧ ଘଣ୍ଟା ଖୋଜିବା ପରେ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାର ଦାୟିତ୍ୱରେ ଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ନଦୀରେ ବୁଡିଯାଇ ମୃତ ହୋଇଥିବା ଯୁବକ ଜଣଙ୍କ ବରୀ ଥାନା ଅନ୍ତର୍ଗତ ଡିହବାରିଙ୍ଗି ଗ୍ରାମର ବିକ୍ରମ ରାଉତ ଙ୍କ ପୁଅ ସତ୍ୟଜିତ ରାଉତ ୨୬ ବୋଲି ଜଣା ପଡ଼ିଛି। ସେପଟେ ବରୀ ପୁଲିସ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ମୃତ ଯୁବକର ପରିବାର ପକ୍ଷରୁ କୌଣସି ଲିଖିତ ରିପୋର୍ଟ ହୋଇନଥିବାରୁ କୌଣସି ମାମଲା ରଜୁ ହୋଇ ନାହିଁ ବୋଲି ବରୀ ଥାନା ଅଧିକାରିଣୀ ଜ୍ୟୋର୍ତିମୟୀ ସେଠୀ କହିଛନ୍ତି।