January 22, 2026

କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି

1 min read

ଭୁବନେଶ୍ୱର: ଓଡ଼ିଶାର ତିନୋଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ହାଲୁକାରୁ ମଧ୍ୟମ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ଅପରାହ୍ନ ୧ଟାରେ ଜାରି କରାଯାଇଥିବା ସତର୍କତା ଅନୁଯାୟୀ, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ସହିତ ବିଜୁଳି ଏବଂ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ଏହା ସହିତ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଆଗାମୀ ତିନି ଘଣ୍ଟା ପାଇଁ ଜାରି କରାଯାଇଛି।