ବାଗ୍ଚୀ ଶ୍ରୀ ଶଙ୍କରା କ୍ୟାନସର୍ ସେଣ୍ଟର୍ରେ ବିଶ୍ବ କ୍ୟାନସର୍ ଦିବସ
1 min read
ଭୁବନେଶ୍ବର: ବାଗ୍ଚୀ ଶ୍ରୀ ଶଙ୍କରା କ୍ୟାନସର୍ ସେଣ୍ଟର୍ ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ବିଶ୍ବ କ୍ୟାନସର ଦିବସ ପାଳିତ ହୋଇଛି। ଏହି ଅବସରରେ କ୍ୟାନସରରୁ ଆରୋଗ୍ୟ ଲାଭ କରିଥିବା ରୋଗୀମାନେ ସେମାନଙ୍କ କାହାଣୀ ବର୍ଣ୍ଣନା କରିଥିଲେ। କ୍ୟାନସରକୁ ଡରିଗଲେ ଯୁଦ୍ଧ ଜିତିହେବ ନାହିଁ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଦିପକ ମିଶ୍ର କହିଥିଲେ। ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ବର, କଟକ ସମେତ ବିଭିନ୍ନ ଅଞ୍ଚଳରେ ନିଃଶୁଳ୍କ କ୍ୟାସନର ସଚେତନତା ଓ ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡାକ୍ତର ତ୍ରିବିକ୍ରମ ପଣ୍ଡା, ଡାକ୍ତର ଉଷର୍ସି ଦାସ, ଡାକ୍ତର ସରୋଜ ରଞ୍ଜନ ସାହୁ, ଡାକ୍ତର ରବିଶଙ୍କର ଦାସ ଓ ଡାକ୍ତର ଇତିଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


