ରାଜ୍ୟରେ ୧୩ ଶୀତଳଭଣ୍ଡାର ପାଇଁ କାମ ଆରମ୍ଭ
1 min read
ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟକୁ ଆଳୁ ଏବଂ ଡାଲି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଆଉ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଆଳୁ ଏବଂ ଡାଲି ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ଆଉ ନାଲି ଦେଖାଇ ପାରିବ ନାହିଁ। ଆଳୁ ଚାଷ ପାଇଁ ୩ ଲକ୍ଷ ମେଟ୍ରିକ ଟନ ଆଳୁ ବିହନ ଯୋଗାଇ ଦିଆଯାଇଛି। ୧୩ ଶୀତଳଭଣ୍ଡାର କାମ ଆରମ୍ଭ ହୋଇଛି। ଆଶା ଯେତିକି ଆଳୁ ବାହାରିବ ରାଜ୍ୟର ଆବଶ୍ୟକତା ପୂରଣ ହେଇଯିବ।
କୃଷି ବିଭାଗ ପକ୍ଷରୁ ରବି ଫସଲ ଅଭିଯାନ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ଚଳିତ ବର୍ଷ ବର୍ଷାର ପରିମାଣ ଭଲ ହୋଇଛି। ରବି ଅମଳ ଭଲ ହୋଇପାରିବ। ତେଣୁ ବିଶେଷ କରି ଡାଲି ଏବଂ ତୈଳବିଜ ଚାଷ ପାଇଁ ରବିଋତୁରେ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର।
ନଭେମ୍ବର ୧୦ରୁ ୨ଦିନିଆ ମାଣ୍ଡିଆ ଦିବସ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ। ଆସନ୍ତା ୧୦ ଓ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗ ଦେବେ।


