ଦୀପନିଆଁରେ ପୋଡ଼ିଗଲେ ମହିଳା ଶ୍ରଦ୍ଧାଳୁ
1 min read
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ପୂର୍ବାହ୍ଣ ସାଢ଼େ ୧୦ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାର ଅଞ୍ଚଳର ଜୈନିକ ମହିଳା ଦୀପନିଆଁରେ ୫୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ତାଙ୍କୁ ସ୍ଥାନୀୟ ଯୁବ ସମାଜ ସେବୀମାନଙ୍କ ସହଯୋଗରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଘଟଣା ସମୟରେ କମିଟିର ଅବହେଳା କାରଣରୁ ଦୀପଷ୍ଟାଣ୍ଡ ନିକଟରେ ଗଦା ହୋଇଥିବା ଜଳନ୍ତା ଦୀପରେ ମହିଳା ଜଣକ ପୋଡ଼ି ହୋଇଛନ୍ତିl


