ଅଙ୍ଗନବାଡି କେନ୍ଦ୍ରକୁ ଚାପିଦେଲା ବିରାଟକାୟ ଗଛ
1 min read
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ରିଶିଗୁଡ଼ା ଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଏକ ବିରାଟ ଗଛ ଉପୁଡ଼ିଯିବା ଫଳରେ ଦୁଇ ଜଣ ଶିଶୁ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଗଛ ପଡ଼ିବା ସମୟରେ ଅଙ୍ଗନବାଡ଼ି କେନ୍ଦ୍ରରେ ମୋଟ ୯ଜଣ ଶିଶୁ ଅଙ୍ଗନବାଡ଼ି ଦିଦି ଏବଂ ରୋଷେଆ ଉପସ୍ଥିତ ଥିଲେ ହଠାତ ଗଛଟି ଗୃହ ଉପରେ ପଡ଼ିଯାଇଥିଲା। କିଏ କିଛି ବୁଝିବା ପୂର୍ବରୁ ଭୟରେ ପିଲାଙ୍କ ଚିତ୍କାର ସୁଭିଥିଲା। ସେଠାରେ ଥିବା ନଅ ଜଣ ଶିଶୁଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଆହତ ହୋଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତାକାଲି ଠାରୁ ନିକଟ ଏକ ସ୍କୁଲ ଘରେ ପାଠ ପଢା ଯିବ ବୋଲି ସୂଚନା ଦେଇଛନ୍ତି। ବିରାଟକାୟ ଗଛଟି ପ୍ରଥମେ ଏକ ଗଛ ଉପରେ ପଡିଥିଲା। ଦୁଇଟି ଗଛ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ପଡ଼ିଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ମହେଶ୍ୱର ପ୍ରଧାନ ଓ ତାଙ୍କ ଟିମ୍ ପହଞ୍ଚି ପ୍ରାୟ ପାଞ୍ଚ ଘଣ୍ଟା ପରିଶ୍ରମ କରି ଦୁଇଟି ଗଛକୁ କେନ୍ଦ୍ରରୁ ହଟାଇଥିଲେ।


