December 3, 2024

ଏକାଠି ନିଷ୍ପତ୍ତି ନେବେ,ତିନି ଦଳ

1 min read

ପୁଣେ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମିଳିତ ମଞ୍ଚ ‘ମହାୟୁତି’ ବହୁମତ ହାସଲ କରିଛି। ଏଥିରେ କେବଳ ବିଜେପି ୧୩୨ଟି ଆସନରେ ଐତିହାସିକ ବିଜୟ ହାସଲ କରିଛି। କିନ୍ତୁ ଏବେ ପ୍ରଶ୍ନ ହେଉଛି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ‘ମହାୟୁତି’ର ବମ୍ପର ବିଜୟ ପରେ ସମସ୍ତ ତିନି ଦଳ ବିଜେପି, ଶିବସେନା ଶିନ୍ଦେ ଦଳ ଏବଂ ଏନସିପି ଅଜିତ ଦଳ ମୁଖ୍ୟମନ୍ତ୍ରୀ ପାଇଁ ଦାବି କରିଛନ୍ତି। ତେବେ ‘ମହାୟୁତି’ ତରଫରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ତିନି ଦଳ ଏକାଠି ନିଷ୍ପତ୍ତି ନେବେ।

ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଏକନାଥ ଶିନ୍ଦେଙ୍କ ରାଗ ଶାନ୍ତ ପଡ଼ିଥିବା କୁହାଯାଉଛି। ଶିନ୍ଦେ ଆକ୍ସନ ମୋଡକୁ ଆସିଛନ୍ତି। ଆଜିଠାରୁ ସମସ୍ତ ବୈଠକ ଆରମ୍ଭ କରିଛନ୍ତି। ସେ ଗତ ଦୁଇ ଦିନ ଧରି ବୈଠକ ବନ୍ଦ କରିଦେଇଥିଲେ। ଆଜି ଅପରାହ୍ନରେ ଥାନେ ଏବଂ ମୁମ୍ବାଇରେ ସମସ୍ତଙ୍କୁ ସେ ଭେଟିବେ ବୋଲି କହିଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ‘ମହାୟୁତି’ର ଅଂଶ ହୋଇଥିବା ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ପ୍ରଦର୍ଶନ ମଧ୍ୟ ଭଲ ହୋଇଛି। ଏହି ବିଧାନସଭାରେ ମୋଟ ୨୮୮ ସଦସ୍ୟଙ୍କ ସହ ୨୩୬ଟି ଆସନ ଜିତିଛି। ବିଜେପି ୧୩୨ଟି, ଶିବସେନା ୫୭ ଏବଂ ଏନସିପି ୪୧ଟି ଆସନ ଜିତିଛି।
ଏମ୍‌ଭିଏରେ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ପ୍ରାର୍ଥୀ (ଶରଦଚନ୍ଦ୍ର ପାୱାର) ୧୦ଟି, କଂଗ୍ରେସ ୧୬ଟି ସିଟ ଜିତିଥିବାବେଳେ ଶିବସେନା ୟୁବିଟି ୨୦ଟି ସିଟ ଜିତିଛି।