January 27, 2026

ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

1 min read

ଭୁବନେଶ୍ଵର: ଭୁବନେଶ୍ଵର ମହାନଗର ନିଗମ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନୂତନ ନିଯୁକ୍ତି ପାଇଥିବା ୧୪୪ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରିବା ଲାଗି ୟୁନିଟ ୮ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ଵର ମହାନଗର ନିଗମ ଓ ବ୍ଲକ ଶିକ୍ଷକ ସମନ୍ଵୟ ସଂଗଠନର ଉପସଭାପତି ପ୍ରଭାତ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର ପ୍ରଜ୍ଞା ପାରମିତା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟଅତିଥି ସମସ୍ତ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ଵାଗତ କରିବା ସହ ଆଦର୍ଶ ଶିକ୍ଷକ ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।

ସମସ୍ଵନ୍ଵୟ ସଂଗଠନର ସମ୍ପାଦକ କିଶୋର କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଭାବେ ଗଢ଼ିତୋଳିବାରେ ଜଣେ ଶିକ୍ଷକର ଭୂମିକା ସମ୍ପର୍କରେ କହିବା ସହ ଜଣେ ଶିକ୍ଷକଙ୍କୁ ସବୁବେଳେ ନୂଆ ନୂଆ ଜିନିଷ ଶିଖିବାର ଅଭ୍ୟାସ ରହିବା ଉଚିତ ବୋଲି କହିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସୁଧାଂଶୁ ଶେଖର କିଶାନ, ମନୋଜ କୁମାର ବେହେରା, ପ୍ରଦୀପ୍ତ କୁମାର ପଣ୍ଡା, ପ୍ରମୋଦ କୁମାର ବେହେରା, ଅଖିଳ କୁମାର ପରିଡ଼ା, ଜିତେନ୍ଦ୍ର କୁମାର ବାରିକ, ରାଜେନ୍ଦ୍ର କୁମାର ଶର୍ମା, ମାନସ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ନବନିଯୁକ୍ତ କନିଷ୍ଠ ଠିକ୍ଷକ କରୁଣାସିନ୍ଧୁ ବାରିକ, ଶ୍ଵେତାସ୍ଵିନୀ ନାୟକ, ମହାରାଣୀ ସ୍ଵାଇଁ, ହେମନ୍ତ ବେହେରା, ପଙ୍କଜିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ