December 22, 2025

ଭିସା ସେଣ୍ଟର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ପରିସରରେ କାର୍ଯ୍ୟକ୍ଷମ ହେବ

1 min read

ଭୁବନେଶ୍ବର: ରାଜ୍ୟରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ବିଦେଶକୁ ଯାଉଥିବାବେଳେ ଭିସା ପାଇଁ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ସହରକୁ ଯିବାକୁ ପଡ଼ୁଥିଲା। ଭିସା ଖର୍ଚ୍ଚ ଯେତିକି ପଡ଼ୁନଥିଲା ତା’ଠାରୁ ଅଧିକ ଯାତାୟାତ ଓ ରହଣି ଖର୍ଚ୍ଚ ପଡ଼ୁଥିଲା। ତେଣୁ ଓଡ଼ିଶାରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବାକୁ ବିଭିନ୍ନ ଦିନରୁ ଦାବି ହେଉଥିଲା। ଏହାକୁ ନଜରରେ ରଖି ‘ଭୁବନେଶ୍ବରରେ ଗ୍ଲୋବାଲ୍‌ ଭିସା ଆପ୍ଲିକେସନ୍ ସେଣ୍ଟର’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ଭିସା ସେଣ୍ଟର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ପରିସରରେ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ସରକାର ୩ ହଜାର ବର୍ଗଫୁଟ ଜାଗା ଯୋଗାଇଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।