March 6, 2026

ଖଣି ଅଧିକାରୀଙ୍କ ଭଡ଼ାଘରେ ଭିଜିଲାନ୍‌ସ ଚଢାଉ

1 min read

ଫୁଲବାଣୀ: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ପୂର୍ବତନ କଟକ ମଣ୍ଡଳ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଫୁଲବାଣୀ ଭଡ଼ାଘରେ ଭିଜିଲାନ୍ସର ଚଢାଉ ଜାରି ରହିଛି। ଗୁରୁବାର ଅଭିଯୁକ୍ତ ଦେବବ୍ରତଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ମାରାଥନ ଜେରା ହୋଇଥିଲା। ହେଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ଦିନିଆ ରିମାଣ୍ଡ ନେବାକୁ ଅନୁମତି ଦେଇଥିଲେ। ଏହାପରେ ଝରପଡା ଜେଲରୁ ଦେବବ୍ରତଙ୍କୁ ଭିଜିଲାନ୍ସ ଟିମ୍ ଦେବବ୍ରତଙ୍କୁ ଆଣି ପଚରାଉଚରା କରିଥିଲେ।