July 30, 2026

ଭିଜିଲାନ୍‌ସ ହାତରେ ପୁରୀଜିଲ୍ଲା ବ୍ରହ୍ମଗିରି ତହସିଲରର କନିଷ୍ଠ କିରାଣୀ

1 min read

ଭୁବନେଶ୍ବର: ଏକ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ହଜାର ଟଙ୍କା ହାତଗୁଞ୍ଜା ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ପୁରୀଜିଲ୍ଲା ବ୍ରହ୍ମଗିରି ତହସିଲରର କନିଷ୍ଠ କିରାଣୀ ତଥା ନଥି ସଂରକ୍ଷକ (ରେକର୍ଡ କିପର) ନରେନ୍ଦ୍ର କୁମାର ସାହୁ ଓ ଗାଡ଼ି ଚାଳକ ଜିତେନ୍ଦ୍ର କୁମାର ସାହୁ ରଙ୍ଗେହାତ ଧରାପଡ଼ିଛନ୍ତି।
ସୂଚନାନୁସାରେ, ଏକ ଜମିର ସୀମା ଚିହ୍ନଟ (ଡିମାରକେସନ୍‌) ନିମନ୍ତେ ଅଭି‌ଯୋଗକାରୀ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଅଭିଯୋଗକାରୀଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲେ। ଏନେଇ ଅଭିଯୋଗକାରୀ ଉକ୍ତ ନଥି ସଂରକ୍ଷକ ନରେନ୍ଦ୍ରଙ୍କୁ ଭେଟିଥିଲେ। ତେବେ ନରେନ୍ଦ୍ର ଏଥିପାଇଁ ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ୮ ହଜାର ଟଙ୍କା ଦେଇଥିଲେ। ଏହା ସତ୍ତ୍ବେ ମଧ୍ୟ ଫାଇଲ୍‌ ଆଗକୁ ବଢ଼ିନଥିଲା। ଏଥିପାଇଁ ନରେନ୍ଦ୍ର ପୁଣି ୨୦ହଜାର ଟଙ୍କା ମାଗିଥିଲେ। ଶେଷ‌ରେ ଅଭିଯୋଗକାରୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଆଜି ଉକ୍ତ ୨୦ହଜାର ଟଙ୍କା ଅଭିଯୋଗକାରୀଙ୍କୁ ନିକଟରୁ ନେଉଥିବା ବେଳେ ଯୋଜନା ବଦ୍ଧ ଭାବେ ଛକି ବସିଥିବା ଭିଜିଲାନ୍‌ସ ଟିମ୍‌ ଉଭୟଙ୍କୁ ରଙ୍ଗେହାତ ଧରିଥିଲେ।