October 14, 2025

ଉତ୍ତରାଖଣ୍ଡର ପିଛା ଛାଡ଼ୁନି ପ୍ରଳୟ

1 min read

ଡେରାଡୁନ: ପୁଣି ଉତ୍ତରାଖଣ୍ଡରେ ପ୍ରଳୟ । ପ୍ରକୃତିର ଭୟଙ୍କର ରୂପ ପୁଣି ଥରେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି । ଏଥର ପ୍ରକୃତିର ତାଣ୍ଡବରେ କ୍ଷତି ସହିଛି ରାଜ୍ୟର ରାଜଧାନୀ । ବିଳମ୍ବିତ ରାତିରେ ପ୍ରବଳ ବର୍ଷା ପ୍ରକୃତି ତାର ରୌଦ୍ର ରୂପ ଦେଖାଇଛି । ବାଦଲଫଟା ବର୍ଷା କାରଣରୁ ଦୋହଲିଯାଇଛି ଡେରାଡୁନ । ସହସ୍ତ୍ରଧାରା ନଦୀ ଫୁଲିବା କାରଣରୁ ସ୍ଥଳ ଭାଗକୁ ପାଣି ମାଡି ଆସିଛି । କାଦୁଅ ମିଶା ପାଣି ସହ ପଥର ଘରେ, ଦୋକାନରେ ଧସେଇ ପଶିଛି ।

ତେବେ ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ସହର ଭାସିଛି । ଦୋକାନ ବୁଡିଛି, ମନ୍ଦିର ବି ପାଣି ଘେରରରେ ରହିଛି । ପାଣିରେ ୨ ଜଣ ଭାସି ଯାଇ ନିଖୋଜ ଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାମ ଜାରି ରହିଛି ।