ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
1 min read
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବା ଟାରିଫ ନୀତି ଯୋଗୁଁ ସମ୍ପ୍ରତି ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଉତ୍ତେଜନା ଲାଗି ରହିଛି। ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଛନ୍ତି। ଏଭଳି ତିକ୍ତତା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏହାପରେ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଇଛନ୍ତି।
ନରେନ୍ଦ୍ର ମୋଦୀଙ୍କ ସହ ନିଜର ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ମୋଦୀ ଜଣେ ମହାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସହ ମୋର ବନ୍ଧୁତା ସବୁବେଳେ ରହିବ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ସୋସିଆଲ ମିଡିଆରେ କହିଛନ୍ତି, “ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନାକୁ ହୃଦୟର ସହିତ ପ୍ରଶଂସା କରୁଛି। ଭାରତ ଓ ଆମେରିକାର ରଣନୈତିକ ସହଭାଗିତାକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ।”
ଦୁଇ ରାଷ୍ଟ୍ରନେତା ପରସ୍ପର ପ୍ରତି ନରମ ହେବା ଭାରତ-ଆମେରିକା ମଧ୍ୟରେ ସ୍ଥିତି ସୁଧାରିବ ବୋଲି କୁହାଯାଉଛି।