March 10, 2026

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ

1 min read

ଯୋଧପୁର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ ଘଟିଛି। ମନ୍ତ୍ରୀଙ୍କ ପିତା ଦାଉଲାଲ ବୈଷ୍ଣବ ମଙ୍ଗଳବାର ପୂର୍ବାହ୍ନ ୧୧:୫୨ରେ ଯୋଧପୁର ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଶ୍ୱାସକ୍ରିୟାଜନିତ ସମସ୍ୟା ଯୋଗୁଁଁ ତାଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଯୋଧପୁର ଏମ୍ସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ‘‘କେନ୍ଦ୍ର ରେଳମନ୍ତ୍ରୀଙ୍କ ପିତା ଦାଉଲାଲ ବୈଷ୍ଣବଙ୍କର ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧:୫୨ରେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥ ଥିଲେ ଏବଂ ଏମ୍ସ ଯୋଧପୁରରେ ଚିକିତ୍ସାଧୀନ ଥିଲେ। ଡାକ୍ତରୀ ଦଳଙ୍କ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ଏମ୍ସ ଯୋଧପୁର ପରିବାର ତାଙ୍କ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।’’