March 13, 2026

ବରଗଡ଼ ଜିଲ୍ଲା ୫୩ନଂ ମୁଖ୍ୟ ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

1 min read

ରେଙ୍ଗାଲି: ବରଗଡ଼ ଜିଲ୍ଲା ୫୩ନଂ ମୁଖ୍ୟ ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁଇ ଡ୍ରାଇଭରଙ୍କ ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ବରଗଡ଼ ଜିଲ୍ଲା ଅତାବିରା ବୁଟୁ ବନ୍ଦ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲା। ସୂଚନା ଅନୁସାରେ ମହାରାଷ୍ଟ୍ରରୁ କୋଲକତା ଅଭିମୁଖେ ଯାଉଥିବା ତରଭୁଜ ବୋଝେଇ ଟ୍ରକ (ଡବ୍ଲୁବି୨୩ ଏମ୍୯୭୮୬) ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡର୍ ରେ ପିଟି ହୋଇଥିଲା। ପରେ ଡିଭାଇଡରରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଭାଙ୍ଗି ଝାରସୁଗୁଡାରୁ ମହାରାଷ୍ଟ୍ର ଅଲ୍ଲାପଲ୍ଲୀ ଅଭିମୁଖେ ଯାଉଥିବା ଏକ ଖାଲି ଟ୍ରଲର (ଏମଏଚ୍ ୪୦ସିଟି ୮୩୪୫)କୁ ଧକ୍କା ଦେଇଥିଲା। ଫଳରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯିବା ଆସିବା ଠପ୍ ହୋଇପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ଉଭୟ ଗାଡ଼ିର ଚାଳକଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ତରଭୁଜ ବୋଝେଇ ଟ୍ରକ୍ ର ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।