June 11, 2026

ଭୁବନେଶ୍ବରରେ ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା

1 min read

ଭୁବନେଶ୍ୱର: ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ୨ ଟ୍ରେନ୍‌। ଆଜି ସକାଳୁ ଭୁବନେଶ୍ବରର ଝାରପଡାସ୍ଥିତ ରେଳ ବ୍ରିଜ୍‌ ନିକଟରେ ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍‌ ଚାଲିଆସିଥିଲା। ତେବେ ଟ୍ରେନ୍‌ ଦୁଇଟିର ବେଗ କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ।

ଗୋଟିଏ ଟ୍ରେନ୍‌ ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନରୁ ଡାଉନ୍‌ଲାଇନ୍‌ରେ କଟକ ଅଭିମୁଖେ ଯାଉଥିବା ‌ବେଳେ ଅନ୍ୟଟ ବିପରୀତ ଦିଗରୁ ଆଗକୁ ବଢୁଥିଲା। ଭୁବନେଶ୍ବର ମୁଖ୍ୟ ରେଳଷ୍ଟେସନ ଏବଂ ବାଣୀବିହାର ରେଳଷ୍ଟେସନ ମଝିରେ ଝାରପଡ଼ା ବ୍ରିଜ ପାଖରେ ଉଭୟଙ୍କର ମଧ୍ୟରେ ମୁହାଁମୁହିଁ ହୋଇଥିଲା। ତେବେ ଉଭୟ ଟ୍ରେନ୍‌ର ଲୋକେ ପାଇଲଟ ଉପସ୍ଥିତ ବୁଦ୍ଧି ଲଗାଇଥିଲେ। ଟ୍ରେନ୍‌ ୨ଟି ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା। ଟ୍ରେନ୍‌ ଦୁଇଟି ବିନା ଷ୍ଟେସନରେ ଅଟକିବା ପରେ ଯାତ୍ରୀମାନଙ୍କୁ ସୂଚନା ମିଳିଥିଲା। ଏଥି ସହିତ ହଜାର ହଜାର ଯାତ୍ରୀ ମଧ୍ୟ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ବେଳେ ଭାରତୀୟ ରେଳବାଇର ସମ୍ପତ୍ତି ସୁରକ୍ଷିତ ରହିଛି। ଏହି ଅପ୍ରୀତିକର ଘଟଣା ପାଇଁ ଭୁବନେଶ୍ବର-କଟକ ଡାଉନଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି।
ତେବେ ଏହି ଅଭାବନୀୟ ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅଘଟଣ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କୁହାଯାଉଛି।