January 24, 2026

ଆଇନ୍ ମହାବିଦ୍ୟାଳୟର ସିନିୟର ଦୁଇ ଛାତ୍ର ଗୋଷ୍ଠୀ ମାରପିଟ

1 min read

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଆଇନ୍ ମହାବିଦ୍ୟାଳୟର ସିନିୟର ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି। କେବଳ ଜୁନିଅର ଛାତ୍ର ସିନିଅର ଛାତ୍ରଙ୍କୁ ‘ସରି’ ନ କହିବାକୁ କେନ୍ଦ୍ର କଲେଜ ପରିସରରେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ଏକାଧିକ ଭିଡିଓ ଭାଇରାଲ ହେଉଛି। ଏପରିକି ଜୁନିଅର ଛାତ୍ରଙ୍କୁ ତଳେ ପକାଇ ମାଡ଼ ମରାଯାଇଥିବା ଜଣାପଡ଼ିଛି। ସହିଦନଗର ଥାନା ପୁଲିସ ମାମଲାର ତଦନ୍ତ କରି ୩ ଛାତ୍ରଙ୍କୁ ଅଟକ ରଖିଛି।