December 12, 2025

ଇସ୍ପାତ କ୍ଷେତ୍ରର ଭବିଷ୍ୟତ ପ୍ରଗତି ନିମନ୍ତେ ଭୁବନେଶ୍ୱର ଠାରେ ଦୁଇ ଦିନିଆ ଚିନ୍ତନ ଶିବିର

1 min read

ଭୁବନେଶ୍ବର: ଭାରତର ଇସ୍ପାତ କ୍ଷେତ୍ରର ଭବିଷ୍ୟତ ପ୍ରଗତି ନିମନ୍ତେ ଗହନ ବିଚାରବିମର୍ଶ କରିବା ଉଦ୍ଦେଶ୍ୟରେ ଆଜି ଠାରୁ ଭୁବନେଶ୍ୱର ଠାରେ ଦୁଇ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ. ଡି କୁମାର ସ୍ୱାମୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ରଣନୀତିକ ନେତୃତ୍ୱ ଲାଗି କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି। ସେ ରାଷ୍ଟ୍ର ନିର୍ମାଣରେ ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାର ଅବତାରଣା କରିଥିଲେ ଏବଂ କ୍ଷମତାକୁ ସୁଦୃଢ଼ କରିବା ଲାଗି ସରକାରଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ବୃଦ୍ଧି କରିବା ଏବଂ ପରିଚାଳନାଗତ ଉତ୍କର୍ଷତା ହାସଲ ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ ଏବଂ ଡିଜିଟାଲକରଣ ଭଳି ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରମନ୍ତ୍ରୀ ଗବେଷଣା ଏବଂ ବିକାଶରେ ନିରନ୍ତର ନିବେଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ, ସମସ୍ତ ଅଂଶୀଦାରଙ୍କ ସାମୂହିକ ପ୍ରୟାସ ଭାରତର ଇସ୍ପାତ ଶିଳ୍ପର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ସୁନିଶ୍ଚିତ କରିବ, ଯାହା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।