କଳିଙ୍ଗା ମୁଖ୍ୟ ସଡ଼କରେ ଦନ୍ତାହାତୀ
1 min read
ଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ହେଲା ଦନ୍ତା ହାତୀର ପଦୁର୍ଭାଵ ଦେଖିବାକୁ ମିଳିଛି।ଦନ୍ତା ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ସଡ଼କରେ ଦିନରେ ଦନ୍ତା ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।ଦନ୍ତାକୁ ରାସ୍ତାରେ ଦେଖି ଲୋକ ଭୟଭୀତ ହେବା ସହ କିଛି ସମୟ ପାଇଁ ରାସ୍ତାରେ ଅଟକି ରହିଥିଲେ।ସ୍ଥାନୀୟ ସହରର ପିଡ଼ିକାମାହା ରାସ୍ତାରେ ଆସି ମୁଖ୍ୟ ସଡ଼କକୁ ଚାଲି ଆସି ପୁଣି କଳିଙ୍ଗା ଦୁଗୁଡି ପାରି ନିକଟ ଜଙ୍ଗଲ ରେ ଥିବା ସୂଚନା ମିଳିଛି।


