April 9, 2026

ମଙ୍ଗଳବାର ମୁମ୍ବଇ ଇଣ୍ଡିଆନ୍‌ସକୁ ୨୭ ରନ୍‌ରେ ରାଜସ୍ଥାନ ରୟାଲ୍‌ସ ପରାସ୍ତ

1 min read

ଗୁଆହାଟୀ: ମଙ୍ଗଳବାର ମୁମ୍ବଇ ଇଣ୍ଡିଆନ୍‌ସକୁ ୨୭ ରନ୍‌ରେ ରାଜସ୍ଥାନ ରୟାଲ୍‌ସ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍‌ରେ ବିଶ୍ବର ସର୍ବଶ୍ରେଷ୍ଠ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ୱିକେଟ୍‌ ମିଳିନଥିଲା। ଆଇପିଏଲ୍‌ରେ କ୍ରମାଗତ ୩ଟି ମ୍ୟାଚ୍‌ରେ ବୁମ୍‌ରା ୱିକେଟ୍‌ ପାଇନାହାନ୍ତି। ଦୀର୍ଘ ୮ ବର୍ଷ ପରେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ କ୍ରମାଗତ ୩ଟି ମ୍ୟାଚ୍‌ରେ ବୁମ୍‌ରାଙ୍କୁ ୱିକେଟ୍‌ ମିଳିନାହିଁ। ମଙ୍ଗଳବାର ବୁମ୍‌ରାଙ୍କ ପ୍ରଥମ ଓଭରରେ ବୈଭବ ସୂର୍ଯ୍ୟବଂଶୀ ୨ଟି ଛକା ମାରିବାରୁ ସେ ୧୪ ରନ୍‌ ଦେଇଥିଲେ। ବୁମ୍‌ରା ୩ ଓଭରରେ ୩୨ ରନ୍‌ ଦେଇଥିଲେ।

ପ୍ରଥମ ୨ଟି ମ୍ୟାଚ୍‌ରେ ବୁମ୍‌ରାଙ୍କ ବୋଲିଂ ଫିଗର ଥିଲା ୪-୩୨-୦ ଓ ୪-୨୧-୦। ପୂର୍ବରୁ ୨୦୧୭ ଡିସେମ୍ବରରେ ଶ୍ରୀଲଙ୍କା ବିପକ୍ଷ ୨ଟି ଏବଂ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଗୋଟିଏ; ଏହିପରି କ୍ରମାଗତ ୩ଟି ଟ୍ବେଣ୍ଟି୨୦ରେ ବୁମ୍‌ରା ୱିକେଟ୍‌ ପାଇନଥିଲେ। ଚତୁର୍ଥ ଥର ବୁମ୍‌ରା