March 12, 2026

ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର

1 min read

ଫୁଲବାଣୀ: ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୨ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡି ଥାନା ସେପାରିପାଙ୍ଗାର ସନତ କୁମାର ପ୍ରଧାନ। ମୋଟ୧୬ ଜଣଙ୍କ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରକୁ ବିଚାରକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।