ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିବହନ ସଚିବ ଉଷା ପାଢ଼ୀ
1 min read
ରାଉରକେଲା: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିବହନ ସଚିବ ଉଷା ପାଢ଼ୀ। ଏହି ଦୁର୍ଘଟଣାର ତଦନ୍ତ କରିବ AAIB ଓ DGCA। କେମିତି ଦୁର୍ଘଟଣା ହେଲା ଏବଂ କାହିଁକି ଫୋର୍ସ ଲ୍ୟାଣ୍ଡିଂ କରାଗଲା ତାହାର ତଦନ୍ତ କରିବେ। ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଆଲୋଚନା କରିଛନ୍ତି। ଏଥିସହିତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱରରୁ ୨ ଜଣିଆ ଡାକ୍ତରୀ ଟିମ୍ ରାଉରକେଲାରେ ପହଞ୍ଚିଛନ୍ତି।
ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିଲେ। ବିମାନଟି ରାଉରକେଲାର ରଘୁନାଥପାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।


