January 24, 2026

ସ୍ଲିପର୍‌ କୋଚ ବସ୍‌ ପାଇଁ ନିୟମ କଡ଼ାକଡ଼ି ପାଳନ

1 min read

ଭୁବନେଶ୍ୱର: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ବସ୍‌ ମାଲିକ ସଂଘର ବୈଠକ ପରେ ମନ୍ତ୍ରୀ ଜେନା କହିଛନ୍ତି, ସ୍ଲିପର୍‌ କୋଚ ବସ୍‌ ପାଇଁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଲିପର କୋଚ ବସ୍‌ରେ ପାଣି ଟାଙ୍କି ସହ ସ୍ପ୍ରିଙ୍କଲର ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ କରାଯାଇଛି।

ନିୟମକୁ ବସ୍‌ ମାଲିକ ଅନୁପାଳନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସ୍ଲିପର ଏସି କୋଚ୍‌ ବସ୍‌ରେ ଅଧିକ ନିଆଁ ଲାଗୁଥିବାରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କୋର୍ଟଙ୍କ ନିର୍ଦ୍ଦେଶନାମା ସହିତ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।