ଟ୍ରାକ୍ଟରକୁ ଧକ୍କା ଦେଲା ଦ୍ରୁତଗାମୀ ବସ୍
1 min read
ସ୍ଵାଧୀନତା ଦିବସ ଅବସରରେ ଶୁକ୍ରବାର ପଶ୍ଚିମବଙ୍ଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୩୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ବର୍ଡଓ୍ବାନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବର୍ଡଓ୍ବାନ ଜିଲା ଅନ୍ତର୍ଗତ ୧୯ ନମ୍ବର ଜାତୀୟ ରାଜପଥର ନାଲା ଫେରି ଘାଟ ନିକଟରେ ପୂର୍ବାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଛି। ବସରେ ମୋଟ ୪୫ ଯାତ୍ରୀ ଥିଲେ। ଦ୍ରୁତଗତି ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଯାତ୍ରୀମାନେ ଏକ ତୀର୍ଥଯାତ୍ରାରେ ଯାଉଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।