June 15, 2026

ଆଜି ବିଶ୍ବ ପବନ ଦିବସ

1 min read

ଆଜି ବିଶ୍ବ ପବନ ଦିବସ। ୨୦୦୭ ମସିହାରେ ବିଶ୍ବବ୍ୟାପୀ ପବନ ଦିବସ ପାଳନ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତି ବର୍ଷ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନେ ଏହି ଦିବସ ପାଳନ କରିଆସୁଛନ୍ତି। ‘ଵିଣ୍ଡ୍ ୟୁରୋପ’ ଓ ‘ଗ୍ଲୋବାଲ୍ ଵିଣ୍ଡ୍ ଏନର୍ଜି କାଉନ୍‍ସିଲ୍’ ସଂଗଠନ ଏହି ଦିବସ ପାଳନର ଆୟୋଜକ। ଏହି ଦିନ ଉଭୟ ବୟସ୍କ ଓ ଶିଶୁଙ୍କୁ ପବନ ଶକ୍ତିର ସାମର୍ଥ୍ୟ ଓ ସମ୍ଭାବନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଏ ଏବଂ ଵିଣ୍ଡ୍ ଟର୍ବାଇନ୍ ବସାଇବାଠାରୁ ଆରମ୍ଭ କରି ଫଟୋଗ୍ରାଫି ପ୍ରତିଯୋଗିତାର ଆୟୋଜନ କରାଯାଏ।

ପବନ ଶକ୍ତି ଏକ ଅସରନ୍ତି ସମ୍ବଳ ହୋଇଥିବାରୁ ସ୍ବଚ୍ଛ ବିଜୁଳି ଉତ୍ପାଦନ ପାଇଁ ଏହାର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। ସେହିପରି ଟର୍ବାଇନ୍‍ର ଆକାର, କାର୍ଯ୍ୟକ୍ଷମତା ବୃଦ୍ଧି ସାଙ୍ଗକୁ ଏହାର ସ୍ଥାପନା ଓ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବା ଯୋଗୁଁ ପବନ ଶକ୍ତି ବିଜୁଳି ବ୍ୟବସାୟରେ ଏକ ପ୍ରତିଯୋଗିତାମୂଳକ ସ୍ଥାନ ଅଧିକାର କରିଛି। ବିଗତ ବର୍ଷମାନଙ୍କରେ ଭାରତରେ ପବନରୁ ବିଜୁଳି ଉତ୍ପାଦନ ବହୁଗୁଣିତ ହୋଇଛି। ଆଜି ଦିନରେ ଭାରତ ପବନରୁ ୫୬ ଗିଗାଵାଟ୍‌ ବିଜୁଳି ଉତ୍ପାଦନ କରୁଛି। ୨୦୩୦ ସୁଦ୍ଧା ଆମ ଦେଶ ୫୦୦ ଗିଗାଵାଟ୍‌ ସବୁଜ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରିବା ଦିଗରେ ପବନ ଶକ୍ତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି।

More Stories