ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲା
1 min read
ମୁୁମ୍ବାଇ : ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରେ ଗୁଳିଚାଳନା ଘଟଣାରେ କୋଟା ପୁଲିସ ଜଣେ ନାବାଳକ ସମେତ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ହରିୟାଣାର ଏବଂ ଜଣେ ବିହାରର। ପୁଲିସ କହିଛି ଯେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁଳି ଚଳାଇଥିଲେ।
ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜସ୍ଥାନ ଏବଂ ଗୁଜରାଟର ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ପୁଲିସ ଅନୁଯାୟୀ, ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ଅନ୍ଧେରୀ ପଶ୍ଚିମ ରେଳ ଷ୍ଟେସନ ନିକଟରେ ସେମାନଙ୍କ ବାଇକ୍ ଛାଡି ବୋରିଭାଲି ଯିବା ପାଇଁ ଟ୍ରେନରେ ଚଢ଼ିଥିଲେ। ବାଇକ୍ ଟି ଉଦ୍ଧାର କରାଯାଇଛି।
ଗୁଳିଚାଳନାରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ସନ୍ଧ୍ୟା ୭ଟାରେ ଟାଇଗରଙ୍କ କାର ଉପରେ ତିନି ଜଣ ଗୁଳି ଚଳାଇଥିଲେ। ଗତ ଚାରି ବର୍ଷ ମଧ୍ୟରେ ସଲମାନ ଖାନଙ୍କ ସମେତ ଆଠ ଜଣ ଅଭିନେତା ଏବଂ ଗାୟକଙ୍କ ଉପରେ ଆକ୍ରମଣ ହୋଇଛି। ଘଟଣାର ୧୬ ଘଣ୍ଟା ମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।


