October 14, 2025

ଚଳିତ ମାସ ୨୦-ମହାକାଳୀଙ୍କ ପୂଜା, ୨୧-ଦୀପାବଳୀ, ୨୨ ଓ ୨୩ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୪ ଶୁକ୍ରବାର ଭସାଣୀ

1 min read

କଟକ: କଟକ-ଚଳିତ ମାସ ୨୦-ମହାକାଳୀଙ୍କ ପୂଜା, ୨୧-ଦୀପାବଳୀ, ୨୨ ଓ ୨୩ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ୨୪ ଶୁକ୍ରବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି | ଆଜି ମଙ୍ଗଳାବାଗସ୍ଥିତି ମୋହନ ମଣ୍ଡପଠାରେ ଶାନ୍ତି କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକ କମିଟିର ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା |

ସାଧାରଣ ସମ୍ପାଦକ ଭିକାରୀ ଦାସ କାଳୀପୂଜା ଓ ଭସାଣୀ ଉତ୍ସବ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ଆଗତ କରିଥିଲେ-ଏହା ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା | ଚଳିତ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରାରେ ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଏବଂ ଏହାକୁ କେନ୍ଦ୍ର କରି କଟକ ସହରରେ ଯେଉଁ ଅଭାବନୀୟ ଘଟଣା ଘଟିଲା, ସେଥିରେ କମିଟି ଗଭୀରଭାବେ ମର୍ମାହତ ହେବା ସହ ଦୁଃଖ ପ୍ରକାଶ କରିଛି | ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଉପୁଜେ, ସେଥିପାଇଁ ସମସ୍ତ ସମ୍ପ୍ରଦାୟକୁ କମିଟି ପକ୍ଷରୁ ନିବେଦନ କରାଯାଇଛି |