June 11, 2026

ଏକାଥରେ ବହୁତ କମିଲା ସୁନା

1 min read

ଭୁବନେଶ୍ୱର: ସୁଏକାଥରେ ବହୁତ କମିଲା ସୁନା। ପାର୍ବଣ ଋତୁ ଏବଂ ବିବାହ ସମୟ ପୂର୍ବରୁ ସୁନା ଦରରେ ଏହି ବଡ ପରିବର୍ତ୍ତନ ସଭିଁଙ୍କ ପାଇଁ ଖୁସି ଖବର ଆଣି ଦେଇଛି। ବହୁତ କମିଗଲା ସୁନା ଦାମ୍। ଗୁରୁବାର (୧୧.୦୬.୨୬)ରେ ପୁଣି କମିଛି ସୁନା ଦାମ୍। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୫,୬୪୦ ଟଙ୍କା ରହିଛି। ଏଥିରେ ୨,୧୩୦ ଟଙ୍କା କମିଛି। ୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୩୩,୫୦୦ ଟଙ୍କା ରହିଛି। ଏଥିରେ ୧,୯୫୦ ଟଙ୍କା ହ୍ରାସ ହୋଇଛି। ୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୯,୨୩୦ ଟଙ୍କା ରହିଛି। ଏଥିରେ ୧,୬୦୦ ଟଙ୍କା ହ୍ରାସ ହୋଇଛି।
କିଛି ଦିନ ପରେ ଲଗାତାର ୨ୟ ଦିନ ପାଇଁ ସୁନା ଦାମ୍ କମ୍ ହୋଇଛି। ଦୁଇ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ପ୍ରାୟ ୬ ହଜାର ଟଙ୍କା କମିଛି। ୨୪ କ୍ୟାରେଟ୍ ସୁନା ଦାମ୍ ମଧ୍ୟ ପ୍ରାୟ ୬ ହଜାର ଟଙ୍କା କମ୍ ହୋଇଛି। ଗତ କିଛି ଦିନ ଧରି ଦର ଆକାଶ ଛୁଆଁ ହୋଇ ରହିଥିବା ବେଳେ ଏବେ ଦାମ୍ ବହୁତ କମିଛି। ସୁନା ଦାମ୍ ଏତେ କମିବା ଗ୍ରାହକ ଓ ବିନିିଯୋଗକାରୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ଆଣି ଦେଇଛି।