September 15, 2026

କୋଣାର୍କରେ ତୃତୀୟ ଜାତୀୟ ଖଣି ସମ୍ମିଳନୀ ଉଦଘାଟିତ

1 min read

ଭୁବନେଶ୍ୱର: କୋଣାର୍କରେ ତୃତୀୟ ଜାତୀୟ ଖଣି ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ ଓଡ଼ିଶା ଖଣି ସମ୍ପଦରେ ଭରପୂର ରାଜ୍ୟ। କେବଳ କେନ୍ଦୁଝର ନୁହେଁ, ରାଜ୍ୟର ପ୍ରତ୍ୟେକ କୋଣରେ ରହିଛି ଖଣିଜ ସମ୍ପଦ। ତେଣୁ ଓଡ଼ିଶା ବାସ୍ତବରେ ରତ୍ନଗର୍ଭା। ଦେଶର ବିକାଶରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏବେ ଓଡ଼ିଶା ମାଟିରେ ଲିଥିୟମ ଥିବା ସଙ୍କେତ ମିଳିଛି। ଇ-ବ୍ୟାଟେରି ଶିଳ୍ପ ପାଇଁ ଏହା ଭଲ ଖବର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।