July 11, 2026

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର

1 min read

ଭୁବନେଶ୍ଵର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ଗତ ୨୬ ତାରିଖରେ ତାଙ୍କ ନୟାପଲ୍ଲୀସ୍ଥିତ ଏନ୍‌-୨୯ ଘରୁ ଚୋରି ହୋଇଥିବାବେଳେ ସୋମବାର ରାତିରେ ଏନ୍‌-୨୫ ଘରେ ପୁଣି ​‌ଚୋରି ଉଦ୍ୟମ ହୋଇଛି। କିନ୍ତୁ ଏଥର ଧରାପଡ଼ିଛି ଚୋର। ଝରକା ଭାଙ୍ଗି ଘରେ ପଶିବାବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଛନ୍ତି। ଚୋରକୁ ଗିରଫ କରି ପୁଲିସ ଅଧିକ ପଚରାଉଚରା ଜାରି ରଖିଛି। ତେବେ ପ୍ରଥମ ଚୋର ଏବଂ ଗତକାଲି ଧରା ପଡ଼ିଥିବା ଚୋର ଉଭୟ ଅଲଗା ବ୍ୟକ୍ତି ବୋଲି ଜଣାପଡ଼ିଛି।