August 31, 2025

ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବଢୁଛି ଚୋରି କିନ୍ତୁ ପୋଲିସ ହାତ ଖାଲି

1 min read

ଧର୍ମଶାଳା: ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବଢୁଛି ଚୋରି କିନ୍ତୁ ପୋଲିସ ହାତ ଖାଲି । ଏଥର ଜଣେ ମହିଳା ଲୁଟର ଶିକାର ହୋଇଥିବା ଥାନରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ବ୍ରହ୍ମବରଦା ଥାନା ରୁଦ୍ରପୁର ବଡ଼ବାଘସାହି ଅଞ୍ଚଳର କୁଶଦେବ ମହାନ୍ତିଙ୍କ ଝିଅ ସୁମିତ୍ରା ମହାନ୍ତି ଓ ତାଙ୍କ ଭଉଣୀ ଏକ ସ୍କୁଟିରେ ୧୬ ତାରିଖ ଅପରାହ୍ନରେ କୁଆଖିଆରୁ ଜାରକା ବଜାରକୁ ଆସୁଥିଲେ। ଜାରକା ନୂଆ ୟୁକୋବ୍ୟାଙ୍କ ସମ୍ମୁଖ ବସଷ୍ଟାଣ୍ଡ ନିକଟରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ପଛରେ ବସିଥିବା ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଇ ପଳାଇଥିଲେ। ସୁମିତ୍ରା ଦୁର୍ବୃତ୍ତଙ୍କ ପିଛା କରିଥିଲେ ହେଁ ସେମାନଙ୍କ ଟେର୍‌ ପାଇନଥିଲେ। ଘଟଣାକୁ ନେଇ ସୁମିତ୍ରା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ମହିଳା ଧର୍ମଶାଳା ଥାନରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ପୋଲିସ ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଟି କ୍ୟାମେରାରେ ଦୁର୍ବୃତ୍ତଙ୍କ ଫଟୋ କଏଦ ହୋଇଥିବା ବେଳେ ତାକୁ ନେଇ ଛାନଭିନ କରୁଥିବା ଜଣାପଡ଼ିଛି। ଏଭଳି ଅନେକ ଚୋରି, ଲୁଟ ଘଟଣା ଓ ଅଭିଯୋଗ ଥାନାରେ ପୂର୍ବରୁ ହୋଇ ଥିଲେ ବି ଚୋରି ରୋକିବାରେ ଧର୍ମଶାଳା ପୋଲିସ ବିଫଳ ହୋଇଥିବା ଆଲୋଚନା ଜୋର ଧରିଛି।