ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର
1 min read
ଭଦ୍ରକ: ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର। ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଦିନ ୧୨ଟା ସୁଦ୍ଧା ଏଠାରେ ୧୭.୯୫ ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଛି। ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ସୋନପୁରରେ ସର୍ବାଧିକ ବର୍ଷା
ଏଣେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆସନ୍ତାକାଲି ଆଖୁଆପଦାଠାରେ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ଛୁଇଁ ପାରେ। ସୋନପୁରରେ ସର୍ବାଧିକ ବର୍ଷା ହୋଇଛି। ଆଜିଠୁ ବର୍ଷା ହେବାର ସମ୍ଭାବନା କ୍ଷୀଣ। ବର୍ଷା ଚାଷୀମାନଙ୍କ ପାଇଁ ଭଲ।


