September 7, 2025

ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପାଚେରି ରବିବାର ଭୁଶୁଡ଼ି ପଡିଛି

1 min read

ଭୁବନେଶ୍ବର: ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପାଚେରି ରବିବାର ଭୁଶୁଡ଼ି ପଡିଛି। ପାଚେରୀ ଭୁଶୁଡ଼ି ୪ଟି ବାଇକ୍‌ ସହ ଗୋଟିଏ ସ୍କୁଟି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ବାଇକ୍‌କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ହେଲେ କେଉଁ ପରିସ୍ଥିତିରେ ପାଚେରି ଭୁଶୁଡ଼ିଲା ପ୍ଲାନେଟୋରିୟମ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ହେଲେ ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।