ଭାରତରେ ଫାଟିପାରେ ଜ୍ୱାଳାମୁଖୀ
1 min read
ଚଳିତ ବର୍ଷ ଇଣ୍ଡୋନେସିଆ ସମେତ ଅନେକ ଦେଶରେ ଜ୍ୱାଳାମୁଖୀ ଉଦଗିରଣ ହେବାର ଖବର ଶୁଣିଥିବେ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଭାରତରେ ମଧ୍ୟ ଏକ ଜ୍ୱାଳାମୁଖୀ ରହିଛି । ଯାହା ସକ୍ରିୟ ଅଛି ଏବଂ ଏହାର ଉଦଗିରଣ ବିଷୟରେ ସତର୍କତା ଜାରି କରାଯାଇଛି । ହଁ ଭାରତରେ ଏକ ଜ୍ୱାଳାମୁଖୀ ରହିଛି ଏବଂ ଏହା କୌଣସି ସମୟରେ ଫାଟିପାରେ । ଏହି ଜ୍ୱାଳାମୁଖୀ ଆଣ୍ଡାମାନ ସାଗରର ବ୍ୟାରେନ୍ ଦ୍ୱୀପ ଭିତରେ ରହିଛି । ଯାହା ପୋର୍ଟ ବ୍ଲେୟାରରୁ ୧୩୮କିଲୋମିଟର ଦୂରରେ ଅବସ୍ଥିତ । ଯଦି ଏହି ଜ୍ୱାଳାମୁଖୀ ଉଦଗିରଣ ହୁଏ, ତେବେ ସମୁଦ୍ର ଭିତରେ ବଡ ବନ୍ୟା ଆସିବ । ଭୟଙ୍କର ଭୂମିକମ୍ପ ଏବଂ ସୁନାମୀ ମାଡି ଆସିବାର ବିପଦ ମଧ୍ୟ ରହିଛି । ଏହାକୁ ନେଇ ପରିବେଶବିତ୍ ମାନେ ଭାରତ, ଥାଇଲ୍ୟାଣ୍ଡ ଏବଂ ମିଆଁମାର ପାଇଁ ଏକ ଚେତାବନୀ ଜାରି କରିଛନ୍ତି । ଥାଇଲ୍ୟାଣ୍ଡ ଓ ମିଆଁମାରରେ ଭୂମିକମ୍ପ ଯୋଗୁଁ ହୋଇଥିବା ସମ୍ପ୍ରତି କ୍ଷୟକ୍ଷତି ପରେ କରାଯାଇଥିବା ଗବେଷଣାର ଫଳାଫଳରୁ ଆଣ୍ଡାମାନ ସାଗରରେ ଥିବା ଜ୍ୱାଳାମୁଖୀ ସକ୍ରିୟ ଥିବା ଏବଂ ବିସ୍ଫୋରଣ ହୋଇପାରେ ବୋଲି ସୂଚିତ କରିଛି । ଏହି ସୂଚନା ଆଧାରରେ ଏହି ଚେତାବନୀ ଜାରି କରାଯାଇଛି ।
ଗୁରୁବାର ଦିନ ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲା ଯେଉଁଥିରେ ସେ ଆଣ୍ଡାମାନ ସାଗରରେ ଘଟୁଥିବା ଭୂକମ୍ପୀୟ କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ ଥିଲା । ଏଥିରେ ଚିନ୍ତା ପ୍ରକଟ କରି ଏଭଳି ଭୂମିକମ୍ପ କାର୍ଯ୍ୟକଳାପ ଜ୍ୱାଳାମୁଖୀ ଉଦଗିରଣ ସୃଷ୍ଟି କରିପାରେ ବୋଲି କୁହାଯାଇଛି । ଆଣ୍ଡାମାନ ସାଗର ତଳେ ଏକ ଜ୍ୱାଳାମୁଖୀ ଉଦଗିରଣ ପାଇଁ ପ୍ରସ୍ତୁତ ହେଉଛି । ଯଦି ଏହା ଉଦଗିରଣ ହୁଏ, ତେବେ ଭୂମିକମ୍ପ ହେବ ଏବଂ ସମୁଦ୍ରରେ ଉଚ୍ଚ ତରଙ୍ଗ ଉଠିବା ଯୋଗୁଁ ସୁନାମୀ ଆସିପାରେ । ଏହି ସୁନାମୀ ଥାଇଲ୍ୟାଣ୍ଡ ଉପସାଗର ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ବହୁତ କମ୍ । ଭୂମିକମ୍ପ ଫିଲିଫାଇନ୍ସକୁ ପ୍ରଭାବିତ କରିପାରେ, କିନ୍ତୁ ସୁନାମୀ ୨ଟି ଦେଶକୁ ଟ୍ରିଗର କରିପାରେ । ଗୋଟିଏ ଇଣ୍ଡୋନେସିଆ ଏବଂ ଅନ୍ୟଟି ଭାରତ । ଭାରତର ଆଣ୍ଡାମାନ ନିକୋଟର ଦ୍ୱୀପପୁଞ୍ଜ ସୁନାମୀ ଦ୍ୱାରା ଧ୍ୱଂସପ୍ରାପ୍ତ ହୋଇପାରେ । ବିସ୍ଫୋରଣ କେବେ ହେବ ତାହା କହି ହେବ ନାହିଁ । ହେଲେ ଚେତାବନୀ ଜାରି କରି ତିନୋଟି ଦେଶକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।