April 9, 2026

ଦାଦନ ଚାଲାଣ ବେଳେ ମାଡି ବସିଲେ ଗାଁ ଲୋକେ

1 min read

ବାଲେଶ୍ଵର:ଦାଦନ ଚାଲାଣ ବେଳେ ମାଡି ବସିଲେ ଗାଁ ଲୋକେ। ଏଭଳି ଅଭାବନୀୟ ଘଟଣା ବାଲେଶ୍ଵର ଜିଲାରେ ଘଟିଛି। ୫ ନାବାଳକଙ୍କ ସମେତ ୧୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ଗ୍ରାମବାସୀ।ଖବର ପାଇ ପୁଲିସ ଚାଲାଣ ହେଉଥିବା ବସକୁ ଜବତ କରିବା ସହ,ଚାଲାଣରେ ସଂଶ୍ଲିଷ୍ଟ ଥିବା ଦଲାଲ ଅଟକ ପୁଲିସ । ୧୫ଜଣ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଯାଉଥିଲା ବସ। ସବୁଠାରୁ ବଡ କଥା ହେଉଛି ଏହି ଚାଲାଣରେ ୫ ନାବାଳକ ରହିଥିଲେ। ଏହି ୫ ନାବାଳକଙ୍କୁ ଶିଶୁ କଲ୍ୟାଣ କମିଟିହେପାଜତରେ ରଖିଛି ପୁଲିସ।