October 19, 2025

ରାଜସ୍ବ ବିଭାଗକୁ ଲୋକାଭିମୁଖୀ କରିବା ସହ ଠିକ୍‌ ସମୟରେ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ

1 min read

ଭୁବନେଶ୍ବର: ରାଜସ୍ବ ବିଭାଗକୁ ଲୋକାଭିମୁଖୀ କରିବା ସହ ଠିକ୍‌ ସମୟରେ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏଣିକି ପ୍ରତି ମାସେ କିମ୍ବା ଦୁଇ ମାସରେ ଥରେ ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଲୋକଙ୍କ ସମସ୍ୟା ସମାଧାନ କରିବା ସହ ପଟ୍ଟା ବଣ୍ଟନ କରିବେ। ଏ ନେଇ ସରକାର ଯୋଜନା ଆରମ୍ଭ କରିଛନ୍ତି ବୋଲି ଛତ୍ରପୁର ଗସ୍ତ ବେଳେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏବେ ବସୁନ୍ଧରା ଯୋଜନାରେ ସମସ୍ତ ବ୍ଲକସ୍ତରକୁ ଯାଇ ଗରିବମାନଙ୍କୁ ପଟ୍ଟା ବଣ୍ଟନ କରାଯାଉଛି। ଏଥିସହ ସଂଶୋଧନ କରି ଉତ୍ତରାଧିକାରୀ ତଥା ପିଲାମାନଙ୍କୁ ପଟ୍ଟା ବଣ୍ଟନ ଚାଲିଛି। ଦୀର୍ଘ ୫୦ ବର୍ଷ ହେଲା ଶିକ୍ଷାନୁଷ୍ଠାନଗୁଡିକୁ ପଟ୍ଟା ମିଳି ନ ଥିଲା। ଏବେ ସରକାର ଶିକ୍ଷାନୁଷ୍ଠାନକୁ ପଟ୍ଟା ପ୍ରଦାନ କରୁଛନ୍ତି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ମନ୍ତ୍ରୀ କହିିଛନ୍ତି। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଞ୍ଜାମ ଗସ୍ତରେ ଆସି ଜନସଭା କରିବେ। ଦେଢ଼ ବର୍ଷରେ ରାଜ୍ୟକୁ ଏହା ତାଙ୍କର ସପ୍ତମ ଗସ୍ତ ହେବ। ଓଡ଼ିଶାର ବିକାଶ ତାଙ୍କର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।