October 14, 2025

ସ୍କୁଟି ଉପରେ ମାଡ଼ିଗଲା ହାଇଓ୍ବା

1 min read

ବରଗଡ଼: ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଏକ ସ୍କୁଟିରେ ଯାଉଥିବା ସମୟରେ ଅନ୍ୟ ଏକ ହାଇଓ୍ବା ଗାଡି ତାଙ୍କ ଉପରେ ମାଡ଼ି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।