October 14, 2025

ପିକଅପ୍ ଭ୍ୟାନ୍ ଜବତ କରିବା ସହ ୧୯ ଗୋରୁ ଉଦ୍ଧାର

1 min read

ଠାକୁରମୁଣ୍ଡା : ଠାକୁରମୁଣ୍ଡା ଥାନା ପୁଲିସ୍‌ କୁ ବଡ ସଫଳତା ମିଳିଛି। ଦୁଇଟି ପିକଅପ୍ ଭ୍ୟାନ୍ ଜବତ କରିବା ସହ ୧୯ ଗୋରୁ ଉଦ୍ଧାର ହୋଇଛନ୍ତି। ସେଥିରୁ ଗୋଟିଏ ଗାଇର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଏବଂ ଅନ୍ୟ ପୁଲିସ୍‌ କର୍ମଚାରୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିଲେ। ପେଟ୍ରୋଲିଂ ସମୟରେ ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତା ର କେନ୍ଦୁଜିଆଣି ନିକଟରେ ଠାକୁରମୁଣ୍ଡା ପଟୁ ଆସୁଥିବା ଦୁଇଟି ପିକଅପ ଭ୍ୟାନ କୁ ଅଟକାଇଥିଲେ। ସେଥିରେ ଗୋଟିଏ ଭ୍ୟାନ ରେ ୧୧ ଟି ଓ ଅନ୍ୟଟିରେ ୯ ଟି ଗୋରୁ ଥିବାର ଦେଖି ଭ୍ୟାନ ଦୁଇଟିକୁ ଜବତ କରି ଥାନାକୁ ଆଣିଥିଲେ। କିନ୍ତୁ ଗୋଟିଏ ଭ୍ୟାନ ରେ ବୋଝେଇ ହୋଇ ଯାଉଥିବା ୯ ଟି ଗୋରୁଙ୍କ ମଧ୍ୟରୁ ଗୋଟିଏ ଗୋରୁ ମୃତ ଥିବାର ଜଣା ପଡିଥିଲା। ଘଟଣାସ୍ଥଳରେ ପୁଲିସ୍‌ ଦେଖି ଗୋଟିଏ ଭ୍ୟାନ ର ଡ୍ରାଇଭର ଖସି ପଳାଇ ଯାଇଥିବା ବେଳେ ଅନ୍ୟ ଜଣକୁ ପୁଲିସ୍‌ ଅଟକ ରଖିଛି। ଏହି ଘଟଣା ରେ ଠାକୁରମୁଣ୍ଡା ଥାନା ପୁଲିସ୍‌ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି।