January 14, 2025

ରାଜଗାଙ୍ଗପୁରରେ ଦୀର୍ଘସ୍ଥାୟୀ କୃଷିକୁ ସଶକ୍ତ କରିବାକୁ ଡାଲମିଆ ଭାରତ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ (ଓଏଆଇସି) ସହିତ ସହଭାଗୀତା

1 min read

ସୁନ୍ଦରଗଡ଼: ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‌)ର ସିଏସ୍‌ଆର ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ) ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ (ଓଏଆଇସି) ସହଭାଗୀତାରେ ରାଜଗାଙ୍ଗପୁରର ସମଲେଇମୁଣ୍ଡା ଗ୍ରାମରେ ଏକ ବିଦ୍ୟୁତ୍‌ ଓ ସୌରଶକ୍ତି ଚାଳିତ ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛି । ଏହି ପ୍ରକଳ୍ପ ପାଇଁ ନାବାର୍ଡ ଅତିରିକ୍ତ ପାଣ୍ଠି ଯୋଗାଇ ଦେଇଛି । ଏକ ବୃହତ୍‌ ପ୍ରୟାସର ଅଂଶ ଭାବରେ ଡିବିଏଫ୍‌ ଅର୍କିଡ ଚାଷ ପାଇଁ ୧୦୦ ଏକର ଚାଷଜମିକୁ ଜଳସେଚିତ କରିବା ଏବଂ ୱାଡି ଚାଷୀଙ୍କର ଜୀବିକାରେ ବୃଦ୍ଧି ଘଟାଇବା ନିମନ୍ତେ ୨୦ଟି ସୌରଶକ୍ତି ଚାଳିତ ନଦୀ ଜଳ ଉଠା ବ୍ୟବସ୍ଥା ସ୍ଥାପନ କରିବାକୁ ଓଏଆଇସି ସହିତ ଏକ ବୁଝାମଣା ପତ୍ର (ଏମଓୟୁ)ରେ ସ୍ୱାକ୍ଷର କରିଛି । ଆଜି ସୁଦ୍ଧା ୧୨ଟି ସୌରଶକ୍ତି ଏବଂ ୪ଟି ବିଦ୍ୟୁତ୍‌ ଚାଳିତ ନଦୀ ଜଳ ଉଠା ବ୍ୟବସ୍ଥା ସଫଳତାର ସହିତ ସ୍ଥାପନ କରାଯାଇସାରିଛି, ଏବଂ ଆହୁରି ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ପ୍ରକଳ୍ପ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ୧୦୦ ପରିବାର ଉପକୃତ ହେବା ଲକ୍ଷ୍ୟ ରଖାଯାଇଛି, ଯାହା ସେମାନଙ୍କୁ ଆନ୍ତଃଫସଲ ଏବଂ ଫଳ ଗଛ ରୋପଣ ଜରିଆରେ ବାର୍ଷିକ ୧.୨୦ ଲକ୍ଷ ଟଙ୍କାରୁ ଅଧିକ ଉପାର୍ଜନ କରିବାକୁ ସମର୍ଥ କରାଇବ ।

ଏହି ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ ହେଡ ରାଜଗାଙ୍ଗପୁର କହିଛନ୍ତି, “ଡାଲମିଆ ଭାରତ ଫାଉଣ୍ଡେସନରେ ଆମେ ନବୋନ୍ମେଷୀ ସମାଧାନଗୁଡିକ ଜରିଆରେ ଗୋଷ୍ଠୀଗୁଡିକୁ ସଶକ୍ତ କରି ଦୀର୍ଘାବଧି ନିରନ୍ତରତାରେ ବିଶ୍ୱାସ ରଖୁଛୁ । ଡିବିଏଫ, ଓଏଆଇସି ଏବଂ ନାବାର୍ଡ ମଧ୍ୟରେ ଏହି ମିଳିତ ପ୍ରୟାସ ସ୍ଥାନୀୟ ଜନସାଧାରଣ ଏବଂ ଦୀର୍ଘସୂତ୍ରୀ ଆକାରରେ କୃଷି ଉପରେ ବିପୁଳ ପ୍ରଭାବ ପକାଇବାକୁ ଯାଉଛି, କାରଣ ଏହା ଜଳସେଚନର ପରିବେଶ ଅନୁକୂଳ, ସ୍ୱଚ୍ଛ ଏବଂ ସବୁଜ ବିକଳ୍ପ, ଶୂନ ଇନ୍ଧନ ବାବଦ ଖର୍ଚ୍ଚ ଏବଂ କମ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ବିଶିଷ୍ଟ ହୋଇଛି । ଏହା କୃଷି ଉତ୍ପାଦନ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା, ମୌସୁମୀ ଉପରେ ନିର୍ଭରଶୀଳତା ହ୍ରାସ ଏବଂ କୃଷକଙ୍କ ପାଇଁ ବର୍ଷତମାମ କୃଷିକାର୍ଯ୍ୟ କରିବାକୁ ସମର୍ଥ କରିବା ଆଶା କରାଯାଉଛି ।”

ଏହାର ଆନୁଷ୍ଠାନିକ ଉଦ୍‌ଘାଟନ ଉତ୍ସବ ରାଜଗାଙ୍ଗପୁରର ସମଲେଇମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶ୍ରୀ ଓମ୍‌ ପ୍ରକାଶ ଖେଲକାର ମାଇନ୍ସ ହେଡ, ଶ୍ରୀ ସୁବୋଧ ପାଣିଗ୍ରାହୀ ଡିଷ୍ଟ୍ରିକ୍ଟ ମ୍ୟାନେଜର ଓଏଆଇସି, ଶ୍ରୀ ତାପସ ବେହେରା, ଡିଡିଏମ୍‌ ନାବାର୍ଡ ଏବଂ ଶ୍ରୀ ଚେତନ ଶ୍ରୀବାସ୍ତବ, ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର, ଡିସିବିଏଲ ଏବଂ ୟୁନିଟ ହେଡ ରାଜଗାଙ୍ଗପୁର ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନିକଟବର୍ତ୍ତୀ ଅଞ୍ଚଳର ଶତାଧିକ ୱାଡି ଚାଷୀ ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ । ଏହି ପ୍ରକଳ୍ପ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ବହୁଳ ପ୍ରଶଂସିତ ହୋଇଛି, ଏବଂ ସ୍ଥାନୀୟ ଚାଷୀମାନେ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ଡାଲମିଆ ଭାରତ ଫାଉଣ୍ଡେସନ ଉକ୍ତ ଅଞ୍ଚଳର ବଞ୍ଚିତ ଜନସାଧାରଣଙ୍କର ସାମାଜିକ-ଅର୍ଥନୈତିକ ଉତ୍‌ଥାନ ନିମନ୍ତେ ଓଡ଼ିଶାରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ କୁଶଳତାର ବିକାଶ ଉପରେ ଦୃଷ୍ଟିନିବଦ୍ଧ କରି ବହୁବିଧ କାର୍ଯ୍ୟକ୍ରମ ପରିଚାଳନା କରୁଛି । ଏଗୁଡିକ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଗୁଡିକ ଜରିଆରେ କୃଷକ, ଯୁବବର୍ଗ ଓ ମହିଳାଙ୍କ ପାଇଁ ସଶକ୍ତିକରଣ କାର୍ଯ୍ୟକ୍ରମ; ଛେଳି ପାଳନ, ଘୁଷୁରୀ ପାଳନ, କୁକୁଡା ପାଳନ, ଫଳଚାଷ, ଜିଆ ପାଳନ, ଗୋଷ୍ଠୀ ନର୍ସରୀ ଆଦି ସାମିଲ ରହିଛି ।