ଗତକାଲିଠାରୁ ଦେଶବ୍ୟାପୀ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି
1 min read
ଭୁବନେଶ୍ଵର: ଗତକାଲିଠାରୁ ଦେଶବ୍ୟାପୀ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। କାଲି ପ୍ରଥମ ଦିନରେ ଓଡିଶାରେ ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ ଚାଲିଥିବା ସ୍ପଷ୍ଟ କରିଛନ୍ତି ।
ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ। ୨୦୨୭ ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାବେଳେ ଜନସଂଖ୍ୟା ଗଣତି କରାଯିବ ବୋଲି ଜଣାପଡିଛି। ଏହି ଅଭିଯାନରେ ପ୍ରାୟ ୩୦ ଲକ୍ଷ ଜନଗଣନା କର୍ମଚାରୀ ନିୟୋଜିତ ହୋଇଛନ୍ତି।


