January 24, 2026

ଆତ୍ମସମର୍ପଣ କଲେ ୧୬ ମାଓବାଦୀ

1 min read

ସୁକମା: ଭୁଶୁଡ଼ିବାରେ ଲାଗିଛି ମାଓବାଦୀଙ୍କ ଦୁର୍ଗ। ପୁଲିସ ଓ ସୁରକ୍ଷାବାହିନୀର ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବାରୁ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ସଂଗଠନ ହାତ ଛାଡ଼ୁଛନ୍ତି ମାଓବାଦୀ। ସୋମବାର ଛତିଶଗଡ଼ର ସୁକମା ଜିଲା ସିଆରପିଏଫ କାର୍ଯ୍ୟାଳୟରେ ୧୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ମାଓବାଦୀଙ୍କ ନାମରେ ୧୬ ଲକ୍ଷ ଏବଂ ଅନ୍ୟ ୪ ମାଓବାଦୀଙ୍କ ନାମରେ ୯ ଲକ୍ଷ ଟଙ୍କା ମିଶାଇ ମୋଟି ୨୫ ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା।

ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରୁ ୯ ଜଣ କେର୍ଲାପେଣ୍ଡା ଗ୍ରାମ ପଞ୍ଚାୟତର। ଏହି ପଞ୍ଚାୟତର ଅଧିକାଂଶ ବାସିନ୍ଦା ମାଓବାଦୀ ସଂଗଠନରେ ସାମିଲ ଥିଲେ। ବର୍ତ୍ତମାନ ପଞ୍ଚାୟତ ସମ୍ପୂର୍ଣ୍ଣ ରୂପେ ମାଓବାଦୀମୁକ୍ତ ହୋଇଛି ବୋଲି ପୁଲିସ କହିଛି। ନିରୀହ ଆଦିବାସୀଙ୍କ ଉପରେ ମାଓବାଦୀ ସଂଗଠନ ଅତ୍ୟାଚାର କରୁଥିବା ଏବଂ ଅମାନବୀୟ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି।