June 27, 2025

ଆରମ୍ଭ ହେଲା ପହଣ୍ଡି

1 min read

ପୁରୀ: ପବିତ୍ର ରଥଯାତ୍ରାରେ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର । ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ । ଏହାପରେ ଧାଡି ପହଣ୍ଡିରେ ଆସୁଛନ୍ତି ବଡଠାକୁର ଶ୍ରୀବଳଭଦ୍ର । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ଧାମ । କାହିଁ କେଉଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଲକ୍ଷାଧିକ ଭକ୍ତ । ସକାଳ ୯ଟାରେ ସକାଳ ଧୂପ, ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା ।