ସାରା ବିଶ୍ୱରୁ ଲୋକେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଛନ୍ତି
1 min read
ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ଏହି ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜନ ହେଉଛି। ୪ଦିବସୀୟ ସମ୍ମିଳନୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରିଛନ୍ତି। ସେ କହିଛନ୍ତି, ଆମ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ସାରା ବିଶ୍ୱରୁ ଲୋକମାନେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଛନ୍ତି। ଏହା ଆମ ଦେଶର ଯୁବପିଢ଼ିଙ୍କ ସମ୍ଭାବନାକୁ ମଧ୍ୟ ପ୍ରଦର୍ଶିତ କରେ। ଏହି ଅବସର ମଧ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମ ଦେଶ ଦ୍ରୁତ ପ୍ରଗତି କରୁଥିବା ଏବଂ ବିଶ୍ୱ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବାର ପ୍ରମାଣ।


