ଶ୍ରୀମନ୍ଦିର ଗର୍ଭଗୃହରେ ଘଟିଛି ଅଘଟଣ
1 min read
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ଘଟିଛି ଅଘଟଣ। ଗର୍ଭଗୃହରୁ ମହାପ୍ରସାଦ ବୋହି ଆଣୁଥିବା ବେଳେ ଗୋଡ଼ ଖସି ଯିବାରୁ ବୋଝିଆ ଜଣେ ତଳେ ପଡ଼ି ଆହତ ହୋଇଛନ୍ତି। ଆହତ ବୋଝିଆ ହେଉଛନ୍ତି ଶାସନ ଦାମୋଦରପୁରର ଅଶୋକ ପ୍ରଧାନ(୩୨)। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଗର୍ଭଗୃହରେ ରକ୍ତ ପଡ଼ିବାରୁ ଶ୍ରୀମନ୍ଦିରରେ ମହାସ୍ନାନ ହୋଇଛି। ମଧ୍ୟାହ୍ନ ଧୂପ ସାଢ଼େ ୩ଟା ବେଳେ ଭୋଗ ବୁହା ହେଉଥିଲା। ସେବେଠାରୁ ତୁରନ୍ତ ଦର୍ଶନ ବନ୍ଦ ରଖାଯାଇଥିଲା। ୩ଟା ୪୦ରୁ ୫ଟା ୧୦ ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ଘଣ୍ଟା କାଳ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଭକ୍ତମାନେ ବ୍ୟାରିକେଡ୍ରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ। ୫ଟା ୧୦ ବେଳକୁ ଶ୍ରୀମନ୍ଦିରରେ ଦର୍ଶନ ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ବୋଝିଆ ଅଶୋକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା।


