March 14, 2026

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

1 min read

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସଚିବ ବିଡିଡି ଚନ୍ଦନାଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ପରିବାର ଅଦାଲତ ଜଜ୍ ରଶ୍ମିତା ଦଳେଇ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ନୀଳିମା ପଣ୍ଡା, ମହିଳା ଅଦାଲତ ବିଚାରପତି ସ୍ଵପ୍ନଶ୍ରୀ ନାୟକ, ସବ ଜଜ୍ ରାକେଶ କୁମାର ମୁଦୁଲି, ସବ ଜଜ୍ (ଏଲ୍ ଆର) ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ମୁନଶିଫ ଅନନ୍ୟା ଦାସ, ଏସ୍.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ଜେଏମ୍ଏଫ୍ ସି ଅଙ୍କିତ ଦେୱାଙ୍ଗନ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ। ସେହିପରି କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍ ଅବକାଶ ଚୌଧୁରୀ, ଜେଏମଏଫସି ପାରସ ପାଢୀ, ରାଜେଶ ମିଶ୍ର, ସସ୍ମିତା ଶେଠୀ ଓ ରୋଶ୍ନିବାଲା ସେନାପତିଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଓ ଏରସମା ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛିI ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରୋସେକ୍ୟୁଟର ତପନ କୁମାର ପାଲ ଓ ଡଃ ସିଦ୍ଧାର୍ଥ ଶଙ୍କର ମହାନ୍ତି ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ।